ଉଲ୍ଲେଖନୀୟ ସେବା ପାଇଁ ୧୯ ପୁଲିସ ପାଇବେ ପଦକ
ଭୁବନେଶ୍ଵର : ରବିବାର ସାରା ଦେଶ ପାଳନ କରିବ ୭୬ ତମ ସାଧାରଣତନ୍ତ୍ର ଦିବସ। ଏହାପୂର୍ବରୁ ପୁଲିସ୍ ମେଡାଲ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ୧୯ ଜଣ ପୁଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ସାମଲ ଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପଦକ ମିଳିବା ନେଇ ସୂଚନା ମିଳିଛି। ୬ ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ସେବାରେ ପ୍ରଶଂସନୀୟ କାର୍ୟ୍ୟ ପାଇଁ ୧୧ ପୁଲିସଙ୍କୁ ପୁରସ୍କାର ମିଳିବ। ଅଗ୍ନିଶମ ସେବାରେ ଭମରବର ସେଠ୍ ଙ୍କୁ ରାଷ୍ଟ୍ରପତି ପୁରସ୍କାର ଦିଆଯିବ। ଅଗ୍ନିଶମ ବାହିନୀର ୪ ଜଣ ପ୍ରଶଂସନୀୟ ପଦକ ପାଇବେ। ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ପଦକ ମିଳିବ। ପ୍ରମୋଦ କୁମାର ରାଉତ ଏବଂ ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ମିଳିବା ନେଇ ସୂଚନା ମିଳିଛି।
Powered by Froala Editor