୩୦ ଗୋରୁ ଓ ୩୬ ମେଣ୍ଢାଙ୍କ ଜୀବନ ନେଲା ବଜ୍ରପାତ
କେନ୍ଦୁଝର ବାଂଶପାଳ ବ୍ଲକରେ ବଜ୍ରାଘାତ ଘଟି ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଛି । ଆଜି ଦିନ ବେଳା କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଂଗଲରେ ଗାଈ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା। ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହୋଇଥିଲା। କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଥିବା ବେଳେ ଭାଲିଆଡାଳ ଗ୍ରାମରେ ମଧ୍ୟ ୨ଟି ଗୋରୁ ପ୍ରାଣ ହରାଇଛନ୍ତି। କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି ଗାଈ, ବଳଦ ଓ ଛୋଟ ବାଛୁରୀ, ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଥିବା ବେଳେ ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗୋରୁ ଘର ନିକଟରେ ଚରୁଥିବା ସମୟରେ ହଠାତ ବଜ୍ରାପାତ ଘଟି ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ, କାଦକଳା ଗାଁରେ ଆନନ୍ଦ ଦେହୁରୀ ଗୋରୁ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା । ଏହି ସମୟରେ ଗୋରୁ ଓ ମେଣ୍ଢା ପଲ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । କିନ୍ତୁ ହଠାତ ବଜ୍ରପାତ ହୋଇଥିଲା । ଫଳରେ ୩୦ଟି ଗୋରୁ ଓ ୩୬ଟି ମେଣ୍ଢାଙ୍କ ମୁତ୍ୟୁ ହୋଇଥିଲା । କିନ୍ତୁ ବଜ୍ରାଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋରୁ ଚରାଳି ଆନନ୍ଦ ଦେହୁରୀ । ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଘଟଣାସ୍ଥଳରେ ବାଂଶପାଳ ତହସିଲଦାର ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
Powered by Froala Editor