ହାତୀ ଦାନ୍ତ ସହ ୪ ଗିରଫ
ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ତଥା ଝାରପୋଖରିଆ ଥାନା ଅଞ୍ଚଳରୁ ବନବିଭାଗ ଚଢ଼ାଉ କରି ଏକ ଯୋଡ଼ା ହାତୀଦାନ୍ତକୁ ଜବତ କରିଛି। ଜବତ ଦାନ୍ତ ଭିତରୁ ଗୋଟିକର ଓଜନ ୧ କେଜି ହୋଇଥିବା ବେଳେ ଅନ୍ୟଟିର ୧.୨୦ କେଜି ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ରାଜ୍ୟବାହାରକୁ ହାତୀ ଦାନ୍ତ ଚାଲାଣ କରୁଥିବା ସ୍ପଷ୍ଟ ହୋଇଛି। ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରାଯାଉଛି। ଅଟକ ୪ଜଣଙ୍କ ମଧ୍ୟରୁ ୨ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ।
ଜାମଶୋଳା-ବମ୍ବେ ଛକ ରାସ୍ତାରେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ହାତୀ ଦାନ୍ତ ଧରି ଯାଉଥିଲେ। ଖବର ପାଇ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିଲେ। ଗିରଫ ୪ ଅଭିଯୁକ୍ତଙ୍କ ଭିତରୁ ୨ ଜଣଙ୍କ ଘର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ। ତାଙ୍କ ନାଁ ହେଲା ବାସ ମୁର୍ମୁ ଓ ଯୋଗେଶ୍ୱର ମୁର୍ମୁ। ଗିରଫ ହୋଇଥିବା ଝାଡ଼ଖଣ୍ଡର ଦୁଇ ମାଫିଆ ହେଲେ ମଙ୍ଗଲ ସୋରେନ୍ ଓ ବିଜୟ ହାସ୍ଦା। ହେଲେ ଜବତ ହାତୀ ଦାନ୍ତ କେବେକାର ତାହା ଜଣାପଡ଼ି ନାହିଁ। ଯାଞ୍ଚ ପାଇଁ ଫରେନ୍ସିକ ବିଭାଗକୁ ପଠାଯିବ ବୋଲି ବନ ବିଭାଗ କହିଛି।
Powered by Froala Editor