ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା ବୃଦ୍ଧି
ଭୁବନେଶ୍ବର : ନୂଆପଡ଼ା ଜିଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ମିଳିତ ଅଭିଯାନ ଦ୍ବାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡ଼ିଶା ପୁଲିସର ଏସ୍ଓଜି ଯବାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଏଥିପାଇଁ ସମସ୍ତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ ଜରିଆରେ ଅବଗତ କରାଇଛନ୍ତି।
Powered by Froala Editor