ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ ଦିଆଯିବ ୫ ଲକ୍ଷ ଟଙ୍କା ଲେଖାଏଁ ମୂଳଧନ
ଭୁବନେଶ୍ୱର: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି ଗଠନ କରଯାଇଛି । ଏହା ମଧ୍ୟରେ ୧୫୪୨ ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି । ଏହି ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ ଦିଆଯିବ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ନବଗଠିତ ୧୫୪୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ ୭୬.୮୦ କୋଟି ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ ହେବା ସହିତ ଚାଷୀଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
Powered by Froala Editor