ନବ ଦାସ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର: ଗତ କିଛି ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ଏବେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜୋରଜାର ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଏହି ମାମଲାକୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ନବ ଦାସ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି । ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ନେଇ ରିପୋର୍ଟ ତଲବ କରାଯାଇଥିବା ଜଣାଯାଇଛି । କାହିଁକି ଏସବୁ ଚର୍ଚ୍ଚା ହେଉଛି, ଏହା ପଛର ସତ୍ୟାସତ୍ୟ କ’ଣ ସେନେଇ ବିସ୍ତ୍ୃତ ରିପୋର୍ଟ ମଗାଯାଇଛି । ରିପୋର୍ଟ ମଗାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor