ପାରାଗ୍ଲାଇଡିଂ ସମୟରେ ଦୁର୍ଘଟଣା ଘଟି ଦୁଇ ମୃତ

ନୂଆଦିଲ୍ଲୀ ପାରାଗ୍ଲାଇଡିଂ ସମୟରେ ଦୁର୍ଘଟଣା ଘଟି ଜଣେ ମହିଳା ପର୍ଯ୍ୟଟକ ଏବଂ ତାଙ୍କ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଉତ୍ତର ଗୋଆରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ପୁଲିସ କହିଛନ୍ତି। ମହିଳା ଜଣକ ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପାହାଡ଼ିଆ ଅଞ୍ଚଳରେ ପାରାଗ୍ଲାଇଡିଂ ସମୟରେ ମଝି ଆକାଶରେ ଏକ ତାର ଛିଡ଼ି ଯାଇଥିଲା। ଯାହା ଫଳରେ ସେମାନେ ଭାରସାମ୍ୟ ହରାଇ ଏକ ଉଚ୍ଚ ଜାଗାରୁ ଖସି ପଡ଼ିବା ସହିତ ପଥରରେ ପିଟି ହୋଇଯାଇଥିଲେ। କେରି ଉତ୍ତର ଗୋଆର ପ୍ଲେଟ୍ୟୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରାଣ ହରାଇଥିବା ମହିଳାଙ୍କ ନାମ ହେଉଛି ଶିବାନୀ ଦବାଲେ ଏବଂ ତାଙ୍କ ଘର ପୁଣେରେ। ପ୍ରଶିକ୍ଷକ ଜଣକ ହେଉଛନ୍ତି ନେପାଳର ସୁମନ ନେପାଳୀ। ପୁଲିସ ଏହି ଘଟଣାରେ ପାରାଗ୍ଲାଇଡିଂ କମ୍ପାନୀର ମାଲିକଙ୍କ ନାମରେ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Powered by Froala Editor