୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ
ଭୁବନେଶ୍ଵର : ସାରା ରାଜ୍ୟରେ ଜାରି ରହିଛି ଶୀତ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରବଳ ଶୀତ ସହ ଘନ କୁହୁଡି ବି ଜନ ଜୀବନକୁ ଅସ୍ତବ୍ୟସ୍ତ କରିବ। ରାଜ୍ୟର ଆଭ୍ୟନ୍ତରୀଣ ଓଡିଶା ସୁନ୍ଦରଗଡ , କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର , ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ସେପଟେ ଘନ କୁହୁଡି ନେଇ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ କ୍ଷମତା। ସେହିଭଳି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଗଞ୍ଜାମ , ପୁରୀ, ଖୋର୍ଦ୍ଧା, କଟକ , ନୟାଗଡ , କେନ୍ଦୁଝର ଏବଂ ଝାରସୁଗୁଡା ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କ କରାଯାଇଛି।
Powered by Froala Editor