କଣାସରେ ଝାଡ଼ାବାନ୍ତି, ୪ ମୃତ
ପୁରୀ: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିଛି। ଝାଡ଼ାବାନ୍ତିରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଶନିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ନୂଆଗାଁର ମାଗି ଦଳାଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ରବିବାର ନଈକୂଳ ପାଟଣାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଦୟାନଦୀର ଦୂଷିତ ଜଳ ବ୍ୟବହାର ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡ଼ିଛି।
Powered by Froala Editor