ଗୋଟିଏ ବାଇକ୍ ଘୋଷାଡ଼ି ପୁଣି ଆଉ ଏକ ବାଇକ୍କୁ ପିଟିଲା କାର୍ : ଜଣେ ମୃତ

ଭୁବନେଶ୍ୱର ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇବା ପରେ ଏକ କାର ଗୋଟିଏ ବାଇକକୁ ଘୋଷାଡ଼ି ନେଇଥିଲା। କାର ବାଇକ୍କୁ ଘୋଷାଡ଼ି ନେବା ସହ ଆଉ ଏକ ବାଇକ୍କୁ ପିଟି ଡିଭାଇଡରରେ ଚଢ଼ିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ତେବେ କାର୍ ଚାଳକଜଣଙ୍କ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।
ସୂଚନାନୁଯାୟୀ, ସର୍କିଟ ହାଉସରୁ ଏକ ଆଇ୨୦ କାର୍ ରାଜଭବନରୁ ଭୁଲ ପଟରେ ଗୋପବନ୍ଧୁ ଛକକୁ ଯିବାକୁ ଅଗ୍ରସର ହେଉଥିଲା। ଗୋପବନ୍ଧୁ ଛକରୁ ଗୋଟିଏ ବାଇକ୍ ଆସୁଥିଲା। ଉଭୟ ଗାଡ଼ିର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବାଇକ୍କୁ କାର୍ଟି ଧକ୍କା ଦେଇଥିଲା।
Powered by Froala Editor