ଦୁଇରୁ କମ ସନ୍ତାନ ଥିଲେ ନିର୍ବାଚନ ଲଢ଼ିପାରିବେନି : ଚନ୍ଦ୍ରବାବୁ

ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ ଭାରତୀୟ ନାଗରିକ। ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ନିୟମ ରହିଛି। ହେଲେ ଏହାକୁ ବଦଳାଇବାକୁ ଯାଉଛି ଆନ୍ଧ୍ରପ୍ରଦେଶ। ଏବେ ଅଧିକ ସନ୍ତାନ ଥିବା ଲୋକଙ୍କୁ ହିଁ ନିର୍ବାଚନ ଲଢିବାକୁ ଅନୁମତି ମିଳିବାକୁ ଯାଉଛି ।
୨ରୁ ଅଧିକ ସନ୍ତାନ ଥିବା ଆଶାୟୀ ହିଁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେବା ଉପରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟ କରୁଥିବା ସୂଚନା ମିଳିଛି।
ନିଜେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ଜଣେ ବ୍ୟକ୍ତି ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ସରପଞ୍ଚ, ମ୍ୟୁନିସିପାଲିଟି କାଉନସିଲର କିମ୍ବା ମେୟର ହୋଇପାରିବେ। ଏହା ଦ୍ୱାରା ଜନସଂଖ୍ୟା ହ୍ରାସକୁ ରୋକାଯାଇପାରିବ ବୋଲି ସେ ସଙ୍କେତ ଦେଇଛନ୍ତି। ଲୋକଙ୍କୁ ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହିତ କରିବା ପାଇଁ ସେ ନୀତି ଆଣିବେ ବୋଲି ନାଇଡୁ କହିଛନ୍ତି।
ଏକ ସମୟ ଥିଲା ଯେତେବେଳେ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ (ନିର୍ବାଚନ) କିମ୍ବା ସ୍ଥାନୀୟ ସଂସ୍ଥା ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉନଥିଲା। ଏବେ ମୁଁ କହୁଛି, କମ୍ ସନ୍ତାନ ଥିବା ବ୍ୟକ୍ତି ମାନେ ନିର୍ବାଚନ ଲଢ଼ିପାରିବେ ନାହିଁ।
Powered by Froala Editor