ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଭୁବନେଶ୍ୱର : ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ। ସ୍ବତନ୍ତ୍ର ଆଇନ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ । ନୂଆ ଲ' ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ। ତାହାର ପ୍ରସ୍ତୁତି ହୋଇ ସାରିଛି। ବଦଳିବା ପରେ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଖୁବ୍ଶୀଘ୍ର ଡ୍ରାଫ୍ଟ ଅନୁମୋଦ ପାଇଁ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଏହା ଆଇନ ପ୍ରଣୟନ ହେଲେ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବ୍ୟବସ୍ଥିତ କରାଯାଇପାରିବ। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମକର ନୀତି ପାଇଁ ସାମନ୍ତରା ସେବାୟତଙ୍କ ଘରୁ ଅଣାଯାଇଥିବା କ୍ଷୀରରେ ଘୃତ କମଳ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହେଲେ କ୍ଷୀର ଆଉଟାଇବା ଲାଗି ବଡୁ ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । ୨ ନିଯୋଗ ଉକ୍ତ ନୀତିକୁ ନିଜର ଅଧିକାର ବୋଲି ଦାବି କଲେ । ରାତି ତମାମ ସମାଧାନ ହୋଇପାରିଲା ନାହିଁ । ମଙ୍ଗଳବାର ମକର ସଂକ୍ରାନ୍ତି ପୂର୍ବାହ୍ନରେ ମନ୍ଦିର କାର୍ୟ୍ୟାଳୟରେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଲୋଚନା ବିଫଳ ହୋଇଥିଲା । ବିବାଦର ଏହି ଅବଧିରେ ଶ୍ରୀଲିଙ୍ଗରାଜ, ମା’ପାର୍ବତୀ, ଦେବୀ ଦୁର୍ଗା ଓ ଅନନ୍ତ ବାସୁଦେବ ନବାଙ୍କ ବେଢା ମଣ୍ଡପରେ ଅଖିଆଅପିଆ ପଡ଼ିରହିଲେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ଅପରାହ୍ଣରେ ଜରୁରି ବୈଠକ ଡକାଇ ନୀତି ଆରମ୍ଭ କରିବାକୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସନ୍ଧ୍ୟାରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଆଲୋଚନା ପରେ ପ୍ରାୟ ୪୬ ଘଣ୍ଟା ପରେ ସେବାୟତଙ୍କ କଳି ତୁଟିଗଲା । ବୁଧବାର ସନ୍ଧ୍ୟା ୬ଟା ୪୫ରେ ସେବାୟତଗଣ ଯୋଗଦେଇ ଆରମ୍ଭ କରିଛନ୍ତି ପହିଲି ପୂଜା ଉପଚାର ମଙ୍ଗଳ ଆଳତୀ । ବର୍ତ୍ତମାନ ନୀତିକାନୀ ସ୍ବାଭାବିକ ଚାଲିଛି।
Powered by Froala Editor