୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ୩୫ ଶହ ଟଙ୍କା
କେନ୍ଦୁଝର: ଆଜି ସରକାର ବାଣ୍ଟିଲେ ଭତ୍ତା । ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ୩୫ ଶହ ଟଙ୍କା । ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ ହୋଇଛନ୍ତି। କେନ୍ଦୁଝର ଧରଣୀଧର କକଲେଜରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଅନ୍ୟପଟେ ସରକାରଙ୍କ ଏହି ଯୋଜନାକୁ କଟାକ୍ଷ କରିଛନ୍ତି ବିରୋଧୀ ନେତା ପ୍ରସନ୍ନ ଅଚାର୍ୟ୍ୟ। ସେ କହିଛନ୍ତି, ଦୁଃଖର କଥା ହେଉଛି ସରକାର ପ୍ରକୃତରେ ନିର୍ବାଚନ ପ୍ରତିଶୃତି ରଖିଲେ ନାହିଁ. ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଥିଲେ. ହେଲେ ନିର୍ବାଚନ ପରେ କେବଳ ୮୦ ବର୍ଷ ଲୋକଙ୍କୁ ଭତ୍ତା ଦେଲେ। ଏମିତି ଅନେକ କ୍ଷେତ୍ରରେ ସରକାର ନିଜ ପ୍ରତିଶ୍ରୁତି ରଖିନାହାଁନ୍ତି। ଗଣତନ୍ତ୍ରରେ ଅନାସ୍ଥା ଆସେ. ହେଲେ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ । ଏବେ ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ. ଲୋକେ ଉତ୍ସାହ ସହ ତାଙ୍କୁ ଅପେକ୍ଷା କରିଛନ୍ତି । କାରଣ ଆଜି ବି ସେ ଓଡ଼ିଶାର ଅଦ୍ଵିତୀୟ ନେତା।
Powered by Froala Editor