ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୬ ଯବାନ ଆହତ

ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀ ସେକ୍ଟରର ମାକ୍ରି ଅଞ୍ଚଳରେ ବିସ୍ଫୋରଣ ଘଟି ୬ ଜଣ ସେନା ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଜୌରୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍ରେ ଚଢ଼ି ଯିବାରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏହା ଫଳରେ ଉକ୍ତ ସୈନିକଙ୍କ ସମେତ ଆଉ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ରାଜୌରୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ।
ସୀମାପାର୍ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ଲଗାଯାଏ, ଯାହା ବର୍ଷା ହେତୁ ବେଳେବେଳେ ଧୋଇଯାଏ, ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥାଏ ବୋଲି ଅଧିକାରୀମାନେ କହିଛନ୍ତି।
Powered by Froala Editor