ସୋରିଷ ତେଲକୁ ନେଇ କଳି, ଛାଡ଼ପତ୍ର ମାଗିଲେ ଦମ୍ପତି

ସୋରିଷ ତେଲକୁ ନେଇ ଦମ୍ପତିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଏ ଝଗଡ଼ା ଯେ, କୋର୍ଟ ପର୍ଯ୍ୟନ୍ତ ଯିବ କେହି ଭାବିନଥିବେ । ୨୦୨୦ରେ ଉତ୍ତର ପ୍ରଦେଶ ଆଗ୍ରାର ଜଣେ ଯୁବକ ଓ ଯୁବତୀଙ୍କ ବିବାହ ବେଶ୍ ଧୁମ୍ଧାମରେ ହୋଇଥିଲା। ବିବାହ ପରେ ସ୍ତ୍ରୀ ହାତ ଖର୍ଚ୍ଚ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗୁଥିଲେ। ତେବେ ସ୍ୱାମୀ ସ୍ତ୍ରୀର କଥାକୁ ଅଣଦେଖା କରିଦେଉଥିଲେ। ଏହାପରେ ଏଥିରେ ବିରକ୍ତି ହୋଇ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲିଯାଉଥିଲେ। ସେଠାରେ ସେ ନିଜ ହାତ ଖର୍ଚ୍ଚ ବାହାର କରିବା ପାଇଁ ସୋରିଷ ତେଲ ବିକ୍ରି କରୁଥିଲେ।
ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ପରେ ଏହା ଛାଡପତ୍ର ଯାଏ କଥା ଯାଇଥିଲା। ରାଗରେ ସ୍ତ୍ରୀ ସବୁଦିନ ପାଇଁ ତାଙ୍କ ବାପାମାଆଙ୍କ ଘରକୁ ଚାଲି ଯାଇଥିଲେ। ସ୍ତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ଏହି ମାମଲାକୁ ପରିବାର କାଉନସେଲିଂ କେନ୍ଦ୍ରକୁ ପଠାଯାଇଛି।
Powered by Froala Editor