ଚୋରି ପାଇଁ ଯାଇଥିଲା, ମହିଳାଙ୍କୁ ଚୁମା ଦେଇ ଆସିଲା ଚୋର
ଚୋରି କରିବାକୁ ଘରେ ପସିଥିବା ଚୋର କୌଣସି ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା। ଏଭଳି ଘଟଣା ମୁମ୍ବାଇର ଉପାନ୍ତ ମାଲାଡ ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।କୁରାର ପୁଲିସ ଷ୍ଟେଶନ ପକ୍ଷରୁ କୁହାଯାଇଛି ଯେ, ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଏବଂ ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି।
୩୮ ବର୍ଷୀୟା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୩ ତାରିଖ ଦିନ ସେ ଘରେ ଏକା ଥିଲେ। ଏହି ସମୟରେ ଚୋର ଜଣକ ଘରେ ପଶି କବାଟ ବନ୍ଦ କରିଦେଇଥିଲା। ଏହାପରେ ଅଭିଯୁକ୍ତ ଜୋର ଜବରଦସ୍ତି ମହିଳାଙ୍କ ମୁହଁ ବନ୍ଦ କରିଦେଇଥିଲା। ଏହାପରେ ଘରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ, ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଆଦି ଦେବାକୁ କହିଥିଲା। ହେଲେ ମହିଳା ଜଣକ କହିଥିଲେ ଯେ ତାଙ୍କ ଘରେ ସେପରି କିଛି ସାମଗ୍ରୀ ନାହିଁ। ଅଭିଯୁକ୍ତ ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଥିଲା।
ମହିଳା ସ୍ଥାନୀୟ କୁରାର ଥାନାକୁ ଯାଇ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ସେହି ସ୍ଥାନୀୟ ଅଞ୍ଚଳର ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି ପୁଲିସ।
Powered by Froala Editor