ମୁଁ ନଥିଲେ, ରବିନାଙ୍କୁ ବାହ ହୋଇଥାନ୍ତେ ଗୋବିନ୍ଦା
ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା ଏକ ସାକ୍ଷାତକାରରେ ସ୍ବାମୀଙ୍କ ଅନେକ ଗୁମର ଫିଟାଇଛନ୍ତି। ତାଙ୍କ ବ୍ୟତୀତ ଗୋବିନ୍ଦାଙ୍କ ବିବାହ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ପକ୍କା ହୋଇଯାଇଥିବା ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି, ‘ ଗୋବିନ୍ଦା ତାଙ୍କ ଜୀବନରେ କାମକୁ ନେଇ ଖୁବ ଯତ୍ନଶୀଳ। ସେ କାମ ପାଇଁ ବହୁତ ବ୍ୟସ୍ତରେ ଥାଆନ୍ତି। ପରିବାରଲୋକ ବି ତାଙ୍କୁ ଭେଟିବାର ସୁଯୋଗ ପାଆନ୍ତି ନାହିଁ। ମୁଁ ତାଙ୍କ ସହ କଥାବି ହେବାପାଇଁ ବି ସମୟ ପାଏ ନାହିଁ। ଯେତେବେଳେ ଟିନା ଜନ୍ମ ହେଲା। ମୁଁ ଛୁଆକୁ ନେଇ ବ୍ୟସ୍ତରେ ରହିଲି। ତେଣୁ ଏହା ମୋ ଉପରେ ବିଶେଷ କିଛି ପ୍ରଭାବ ପକାଇ ନଥିଲା ।
ତେବେ ଆଉଟଡୋର ସୁଟିଂ ସମୟରେ ସେ ଶିଳ୍ପା ଶେଟ୍ଟୀ, ମନୀଷା କୋଇରାଲା ଏବଂ ରବିନା ଟଣ୍ଡନଙ୍କ ପରି ଅଭିନେତ୍ରୀମାନଙ୍କ ସହ ମଜା କରୁଥିଲେ। ସେହିପରି ସମସ୍ତେ ଏକାଠି ବସି ସୁଟିଂ ପରେ ଖାଦ୍ୟ ଖାଉଥିଲେ।
ରବିନା ଟଣ୍ଡନଙ୍କ ବିଷୟରେ କହି ସୁନୀତା କହିଛନ୍ତି, ମୋ ସହିତ ବିବାହ ହୋଇ ନ ଥିଲେ ରବିନା, ଗୋବିନ୍ଦାଙ୍କୁ ବିବାହ କରିବାକୁ ମନ ବଳାଇଥିଲେ। ସେହି ସମୟରେ ମୁଁ ଥଟ୍ଟା କରି ତାଙ୍କୁ କହୁଥିଲି, ଠିକ୍ ଅଛି ତାଙ୍କୁ ନେଇଯାଅ ପରେ ତୁମେ ଜାଣିବ। ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ରବିନା ଟଣ୍ଡନ ଏବଂ କରିସ୍ମା କପୁରଙ୍କ ସହ ଗୋବିନ୍ଦାଙ୍କ ଯୋଡିକୁ ସେ ବହୁତ ଭଲ ପାଆନ୍ତି।
Powered by Froala Editor