୨୮ରେ ଆସିବେ ମୋଦି
ଭୁବନେଶ୍ୱର:ରାଜ୍ୟରେ ବିଜେପି ସରକାର କାର୍ୟ୍ୟକାଳରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଂଚିଛି । ଏହି ଅବସରରେ ଚଳିତମାସ ୨୭ରୁ ୩୦ତାରିଖ ପର୍ୟ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ରହିଥିବାବେଳେ ୨୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି ।
‘ଉତ୍କର୍ଷ ଓଡ଼ିଶା’ କାର୍ୟ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ୟ୍ୟସୂଚୀ ଉପସ୍ଥାପନ କରାଯାଇଛି । ଜାନୁୟାରୀ ୨୭ତାରିଖରେ ସିଆଇଆଇ(ଭାରତୀୟ ଶିଳ୍ପ ମହାସଂଘ)ର ଜାତୀୟ କାର୍ୟ୍ୟନିର୍ବାହୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ୨୮-୨୯ ଦୁଇଦିନ ଧରି ୪ଟି ପ୍ଲେନାରୀ ସେସନ୍, ୧୬ଟି ସେକ୍ଟରରାଲ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ଅନୁଷ୍ଠିତ ହେବ । ଏହି ଦୁଇ ଦିନମଧ୍ୟରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ପ୍ରାୟ ୩ହଜାର ଶିଳ୍ପପତି, ପୁଞ୍ଜିନିବେଶକ, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ ଶିଳ୍ପ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେବେ । ୨୮ରୁ ୩୦ତାରିଖ ପର୍ୟ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
Powered by Froala Editor