ଅଳଙ୍କାର ଲୁଟି ପଳାଉଥିଲେ ଲୁଟେରା, ଗୋଡ଼ାଇ ଧରିବା ବେଳେ ୨ କର୍ମଚାରୀ ମୃତ
ଯାଜପୁର ଜିଲା ପାଣିକୋଇଲି ପଣ୍ଡା ଅଳଙ୍କାରରେ ବଡ଼ ଧରଣର ଅଘଟଣ ଘଟିଛି। ଲୁଟେରାଙ୍କ ଗୁଳି ମାଡ଼ରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟପକ୍ଷେ ଘଟଣାକୁ ନେଇ ପାଣିକୋଇଲିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ପାଣିକୋଇଲି ଛକରେ ରହିଛି ପଣ୍ଡା ଅଳଙ୍କାର। ୩ ଦୁର୍ବୃତ୍ତ ସାଧାରଣ ଗ୍ରାହକଙ୍କ ପରି ଦୋକାନ ଭିତରେ ପଶିଥିଲେ। ଆଉ ଗହଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରି ଗହଣା ଦୋକାନୀ କର୍ମଚାରୀଙ୍କୁ ଭୟଭୀତ କରାଯାଇଥିଲେ। ଯେଉଁଥିପାଇଁ ଗହଣା ଦୋକାନୀ କର୍ମଚାରୀମାନେ ଡ଼ରି ଯାଇଥିଲେ। ତା’ପରେ ସବୁ ଗହଣାକୁ ଗୋଟିଏ ବ୍ୟାଗରେ ପୁରାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ।
ଲୁଟ୍ କରି ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ। ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ଥିବା ବିଦ୍ୟୁତ ଅଫିସ୍ ଆଗରେ ଲୁଟେରାଙ୍କ ବାଇକ୍କୁ ଧକ୍କା ଦେଇଥିଲେ ସୁନୀଲଙ୍କ କାର୍। ତା’ପରେ ୩ ଦୁର୍ବୃତ୍ତ ସେଠାରେ ପଡ଼ି ଯାଇଥିଲେ। ଲୁଟେରାମାନେ ଗୁଳି ଚଳାଇ ଥିଲେ।
ଗୁଳିଟି ଜଣଙ୍କ ପେଟରେ ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଥିବା ଜଣାପଡିଛି। ଏହି ଅଘଟଣ ବେଳେ ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କ କାବୁ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
Powered by Froala Editor