Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ...

  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ...

  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ ...

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ...

  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ...

  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ...

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ...

ରାଜ୍ୟ
Home ›› ରାଜ୍ୟ ››ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାର ଐତିହ୍ୟକୁ ଋଦ୍ଧିମନ୍ତ କରିବ 'ଏକାମ୍ର ଉତ୍ସବ'

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାର ଐତିହ୍ୟକୁ ଋଦ୍ଧିମନ୍ତ କରିବ 'ଏକାମ୍ର ଉତ୍ସବ'

2025-01-04 13:59:18
13504
Share:
Facebook
Twitter
E-Mail
WhatsApp
Telegram
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାର ଐତିହ୍ୟକୁ ଋଦ୍ଧିମନ୍ତ କରିବ 'ଏକାମ୍ର ଉତ୍ସବ'

ଭୁବନେଶ୍ୱର, ୦୪|୦୧|୨୪: ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି 'ଏକାମ୍ର ଉତ୍ସବ' | ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ | ତେବେ ପ୍ରବାସୀ ଭାରତୀୟ ଦିବସ (ପିବିଡି)୨୦୨୫ର ୧୮ତମ  ସଂସ୍କରଣ ପାଳନ ନେଇ ଚଳିତ ଥର ଏହି ଉତ୍ସବକୁ ରାଜଧାନୀରେ ଭବ୍ୟ  ଭାବେ ଆୟୋଜନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି | ଏନେଇ ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବା ବେଳେ ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ , ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି |

* ଖାଦ୍ୟ ମହୋତ୍ସବ:
ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ | ଏହି ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ବସିବ | ସେଥିରେ ନାନା ରକମର ଖାଦ୍ୟ ସାମଗ୍ରୀ ସହ ସ୍ୱାଦିଷ୍ଟ ବ୍ୟଞ୍ଜନମାନ ପ୍ରଦର୍ଶକଙ୍କ ନିମନ୍ତେ ଉପଲବ୍ଧ ହେବ |
* ପାର୍କ ଉତ୍ସବ:
ଅନୁରୂପ, ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ | ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହେବ | ସକାଳ ୬:୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ |ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯିବ | ସେହିପରି ଅପରାହ୍ନ ୩:୩୦ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେବ | ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ଚାଲିବ | ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ | ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ | ସେହିପରି କୌଶଳୀ କାରିଗରଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ କରିବେ |

* ସହର ଆଲୋକୀକରଣ:
ଏହାଛଡ଼ା, ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଜିକିମିକି ଆଲୋକରେ ଝଲସିବ | ଆସନ୍ତା ୫ରୁ ଜାନୁୟାରୀ ୧୬ ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବା ସହ ଏହା ପ୍ରଭାସୀ ଭାରତୀୟ ଦିବସ ୨୦୨୫ ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରିବ |
* ଫ୍ଲି ମାର୍କେଟ:
ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀୟ ଅଂଶ ହେବ |ସମାନ ଭାବେ ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ | ଏହା ପର୍ଯ୍ୟଟକ, ଆଗନ୍ତୁକ, ଅତିଥି ତଥା ସାଧାରଣ ଜନତାଙ୍କ ପାଇଁ ଏକ ଅପୂର୍ବ ଶୀତକାଳୀନ ଅନୁଭବ ଦେବବା ସହ ସୃଜନଶୀଳତା ଓ ଘରୋଇ ବାଣିଜ୍ୟ କାରବାର ନେଇ ଏକ ହବ ପାଲଟିବ | ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହେବ | ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ | ଏଥିସହ ମନୋରଞ୍ଜନ ନେଇ ଖ୍ୟାତନାମା କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ସୋ କାର୍ଯ୍ୟକ୍ରମମାନ ରହିଛି | ଏହାଛଡ଼ା, ଏହି କର୍ମଶାଳା ପରିଦର୍ଶକମାନଙ୍କୁ ଟେରାକୋଟା, ତାଳପତ୍ର ଖୋଦେଇ, ପଥର ଖୋଦନ, ପଟ୍ଟଚିତ୍ର ପେଣ୍ଟିଂ, ଚାନ୍ଦୁଆ, କାଠ ଖୋଦେଇ ଭଳି ପ୍ରସିଦ୍ଧ କଳା ପଛରେ ଥିବା ଜଟିଳ ପ୍ରକ୍ରିୟାଗୁଡ଼ିକୁ ଦେଖିବାର ସୁଯୋଗ ଉପଲବ୍ଧ ରହିବ |

* ଏକାମ୍ର ୱାକସ୍:
ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ଭାବେ 'ଏକାମ୍ର ୱାକସ' ଡ଼ିସେମ୍ବର ୨୫, ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱରର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନିକଟରୁ ଜାଣିବାର ଏକ ସୁଯୋଗ ପ୍ରଦାନ କରୁଛି | ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ସଂକେତ ସତେ ଯେପରି ସହରର ପ୍ରାଚୀନତାକୁ ଅନୁଭବ କରିବା ସକାଶେ ସମସ୍ତଙ୍କ ପାଇଁ ପରିକଳ୍ପିତ ହୋଇଛି | ଯାହାକି ଇତିହାସ ଉତ୍ସାହୀ, ପ୍ରକୃତି ପ୍ରେମୀ ତଥା ଭୁବନେଶ୍ୱରର ସ୍ୱତନ୍ତ୍ରତା ବିଷୟରେ ଜାଣିବା ପାଇଁ ଆଗ୍ରହୀଙ୍କ ପାଇଁ ବେଶ ଆକର୍ଷଣୀୟ ହେବ |

ତେବେ ଜାନୁଆରୀ ୮ରୁ ୧୦ ଯାଏଁ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ୨୦୨୫ ସଭିଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ | ଏଣୁ ଆସନ୍ତୁ ଭୁବନେଶ୍ୱରର କଳା, ସଂସ୍କୃତି ତଥା ଐତିହ୍ୟର ପ୍ରତୀକ ଏହି 'ଏକାମ୍ର ଉତ୍ସବ'ରେ ଆମେ ସମସ୍ତେ ସାମିଲ ହେବା, ଓଡ଼ିଶାର ଅନ୍ତରାତ୍ମାକୁ ଅଧିକ ଅନୁସନ୍ଧାନ କରିବା |

Powered by Froala Editor

Tags ekamra utsav

Related articles Odisha News Lens 4.1

  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ...
    ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ...

    14295
    Aug 20, 2026
  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...
    ଦେଶ-ଦେଶାନ୍ତର

    ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...

    14564
    Aug 21, 2026
  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ
    ଦେଶ-ଦେଶାନ୍ତର

    ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ

    14834
    Aug 20, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର
    ବିଶେଷ

    ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15066
    Aug 21, 2026
  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?
    ଦେଶ-ଦେଶାନ୍ତର

    ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?

    14799
    Aug 21, 2026
  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର
    ଦେଶ-ଦେଶାନ୍ତର

    ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର

    13900
    Aug 21, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...
    ବାଣିଜ୍ୟ

    ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...

    13952
    Aug 21, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ
    ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13714
    Aug 20, 2026
  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ
    ଦେଶ-ଦେଶାନ୍ତର

    ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    14120
    Aug 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ଏହି ସୂଚନା

    14295
    Aug 20, 2026
  • ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13714
    Aug 20, 2026
  • ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14109
    Aug 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17045
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17668
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17714
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15066
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    15986
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13904
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14932
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14705
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15879
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14000
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14264
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14387
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର

    13900
    Aug 21, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13714
    Aug 20, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15066
    Aug 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In