ଆଜି ବରଗଡ଼ ସହର ପାଲଟିବ ମଥୁରା ନଗରୀ
ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଠାରୁ ଆରମ୍ଭ ହେଉଛି। ଏହା ୧୧ ଦିନ ଧରି ଚାଲିବ। ଏନେଇ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ବରଗଡ଼ ସହର ପାଲଟିବ ମଥୁରା ନଗରୀ। ଚାଲିବ କଂସ ମହାରାଜଙ୍କ ରାଜୁତି। କଂସ ମହାରାଜଙ୍କଠାରୁ ସମସ୍ତ କଳାକାର ଚଳିତ ବର୍ଷ ଖୁବ୍ ଉତ୍ସାହିତ ଅଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ କଳାକାରଙ୍କ ଲାଗି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିସାରିଛନ୍ତି।
ଶୁକ୍ରବାର ଦିନ ଦୁଇଟାରୁ ବରଗଡ଼ ଗାନ୍ଧୀ ଛକରୁ ପ୍ରଥମେ ଆରମ୍ଭ ହେବ ସାଂସ୍କୃତିକ ଶୋଭାଯାତ୍ରା। ସନ୍ଧ୍ୟା ୫ ଟାରେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରାଯିବ। ତା ପରେ ସମଲେଶ୍ଵରୀ ମନ୍ଦିରରୁ ଆସି ହାଟପଦା ସ୍ଥିତ ରାଜ ଦରବାରରେ ସନ୍ଧ୍ୟା ୭ଟାରେ ପହଞ୍ଚି ରାଜ ଦରବାର ଉଦଘାଟନ ହେବା ସହ ଚାଲିବ ମହାରାଜ କଂସଙ୍କ ରାଜୁତି।
Powered by Froala Editor