ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ପଠାଇଲା ପନ୍ନୁ
ଭୁବନେଶ୍ୱର: ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ। ଖୁବ୍ ଶୀଘ୍ର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଥିବା ବେଳେ ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଛି ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଓ ଭିଡିଓ ମେସେଜ ଆସିଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ପଠାଇଥିଲା ଧମକପୂର୍ଣ୍ଣ ମେଲ୍। ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା।
ସେହିପରି ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି। ଏହା ପୂର୍ବରୁ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍ ଓ ଭିଡିଓ ମେସେଜ ଆସିଥିବା ବେଳେ ଏନେଇ ଅକ୍ଷୟ ସାହୁ ଆଜି ପୁଲିସ୍କୁ ସୂଚନା ଦେବେ ବୋଲି ଜଣାଯାଇଛି।
Powered by Froala Editor