୨୪ ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ
ଭୁବନେଶ୍ୱର: ରାତି ତାପମାତ୍ରା ଆହୁରି କମିବ । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ । କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମିପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍ ରହିପାରେ । ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ ।
୩୧ ଡିସେମ୍ବର ରାତିରେ ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ଥିଲା । ଝାରସୁଗୁଡ଼ା ୯.୨ ଡିଗ୍ରୀ ସେଲସିୟସ୍, ସୁନ୍ଦରଗଡ଼ ୧୦.୭, ଫୁଲବାଣୀ ୧୧, ଦାରିଙ୍ଗିବାଡ଼ି ୧୧.୫, କେନ୍ଦୁଝର ୧୨.୪, ବାରିପଦା ୧୨.୬, ଅନୁଗୁଳ ୧୩, ସୋନପୁର ୧୨.୯, ବାଲେଶ୍ୱର ୧୩.୩, ବଲାଙ୍ଗୀର ୧୩.୫, ତାଳଚେର ୧୩.୬, ସମ୍ବଲପୁର ୧୩.୬, ଭବାନୀପାଟଣା ୧୩.୮ ଡିଗ୍ରୀ ଥିଲା । ଭୁବନେଶ୍ୱର ୧୬.୪ ଓ କଟକ ଥିଲା ୧୫.୨ ଡିଗ୍ରୀ ସେଲସିୟସ୍ । ୨ ତାରିଖ ସକାଳେ ଅନୁଗୁଳ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି ।
Powered by Froala Editor