ଷ୍ଟାଡିୟମ୍ ଗ୍ୟାଲେରୀର ୧୫ ଫୁଟ୍ରୁ ଖସିପଡ଼ିଲେ ବିଧାୟିକା
ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଷ୍ଟାଡିୟମର ଗ୍ୟାଲେରୀରୁ ଖସିପଡ଼ିବା ପରେ କେରଳର ଥ୍ରିକ୍କାରାରୁ କଂଗ୍ରେସ ବିଧାୟିକା ଉମା ଥୋମାସ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେରେ ଗଭୀର ଆଘାତ ଲାଗିଛି। ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ନିମନ୍ତେ ଏକ ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।
ସୂଚନା ଥାଉ କି ଯେ ଉମା ଥୋମାସ ହେଉଛନ୍ତି କଂଗ୍ରେସର ଦିବଂଗତ ନେତା ପିଟି ଥୋମାସଙ୍କ ପତ୍ନୀ ଏବଂ ଥ୍ରିକ୍କରା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି। ୨୦୨୧ରେ ପିଟି ଥୋମାସଙ୍କ ମୃତ୍ୟୁ ପରେ କଂଗ୍ରେସ ଉମାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ ।
ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଅନୁଯାୟୀ, ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଛି ।ଏହା ସହ ଫୁସଫୁସରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ତେବେ ଏପରି ଅଘଟଣ କାହିଁକି ଘଟିଲା, ତାହା କାରଣ ଖୋଜିବାକୁ ଯାଞ୍ଚ ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି। କୌଣସି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବା ତଥ୍ୟ ସାମନାକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୂତ୍ରରୁ ପ୍ରକାଶ ଯେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉମା ଥୋମାସ ଷ୍ଟାଡିୟମରେ ପହଞ୍ଚିଥିଲେ।
Powered by Froala Editor