ଠକେଇର ମହାଜାଲ, ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ କହି ଲୁଟୁଥିଲେ
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିବା ଦୁଇ ଅଭିଯୁକ୍ତ ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଗିରଫ କରି କୋର୍ଟ ସୋମବାର ଚାଲାଣ କରିଛି କମିସନ୍ରେଟ୍ ପୁଲିସ। ଏହି ଦମ୍ପତି ବିଶିଷ୍ଟ ବିଲଡର୍, ଖଣି ଅପରେଟର, ବହୁରାଷ୍ଟ୍ରୀୟ କର୍ପୋରେସନ୍ ମାଲିକ ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଠକେଇ କରନ୍ତି।
ଖବର ଅନୁଯାୟୀ, ହଂସିକା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତି ଇନଫୋସିଟି-ନନ୍ଦନକାନନ ରୋଡରେ ଏକ କାର୍ଯ୍ୟାଳୟ ଚଳାଉଥିଲେ। ଓଡିଶାର ଉଚ୍ଚ ପଦାଧିକାରୀଙ୍କ ସହ ତାଙ୍କର ଲିଙ୍କ୍ ଥିବା ଦାବି କରି ସେ ପୀଡିତଙ୍କ ପାଇଁ ଟେଣ୍ଡର ସୁରକ୍ଷିତ ରଖିବାକୁ ପ୍ରତିଶୃତି ଦେଇଥିଲେ। ତେବେ ନିକଟରେ ଖଣି ମାଲିକ ପୁଲିସ ପାଖରେ ଅଭିଯୋଗ କରିବା ପରେ ହଂସିକା ଏବଂ ଅନିଲଙ୍କୁ ଗିରଫ କରାଯିବା ପରେ ସମଗ୍ର ମାମଲା ସାମ୍ନାକୁ ଆସିଛି।
ପୁଲିସର କହିବା କଥା, ହଂସିତା ହେଉଛନ୍ତି କନ୍ଧମାଳ ଜିଲ୍ଲାର। ଅନୀଲ ମହାନ୍ତି ଭୁବନେଶ୍ୱରର। ଭୁବନେଶ୍ୱର ଆସିବା ପରଠୁ ଦୀର୍ଘଦିନ ହେଲା ଅନୀଲଙ୍କ ସହ କୁଆଡ଼େ ହଂସିତା ରଘୁନାଥପୁରର ଏକ ଆପାର୍ଟମେଣ୍ଟରେ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ । ଉଦବେଗର ବିଷୟ ହେଉଛି, ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମହାଲୁଟ୍।
ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍ କରି ରଖିଛନ୍ତି। ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ବିଲଡର ଓ ଖଣି ବ୍ୟବସାୟୀଙ୍କୁ ମୋଟା ଅଙ୍କର ଚୁନା ଲଗାଉଥିଲେ।
ବିଏନ୍ଏସ୍ ଧାରା ୩୧୮ (୪) ଅର୍ଥାତ ଠକେଇ, ୩୧୯(୨) ଜାଲ୍ ପରିଚୟ ଦେଇ ଠକିବା, ୩୧୯(୩) ଜଣଙ୍କ ଘରକୁ ବେଆଇନ ଭାବେ ପଶିବା ଆଦି ଏକାଧିକ ମାମଲାରେ ଛନ୍ଦି ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
Powered by Froala Editor