ମମତା ବାନାର୍ଜୀଙ୍କ ସନ୍ଦେଶଖାଲୀ ଗସ୍ତ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସନ୍ଦେଶଖାଲୀ ଗସ୍ତ କରିବାକୁ ଯାଉଛନ୍ତି। ସ୍ଥାନୀୟ ତ୍ରୃଣମୁଳ କଂଗ୍ରେସ(ଟିଏମସି)ର ନେତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଏବଂ ଜମି କୋଲେଙ୍କାରି ଅଭିଯୋଗ ଆସିବା ପରେ ସନ୍ଦେଶଖାଲୀକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ।
ଗତ ସପ୍ତାହରେ ରାଜ୍ୟ ସଚିବାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟିଏମସି ସୁପ୍ରିମୋ କହିଛନ୍ତି ଯେ, ନିର୍ବାଚନ ପରେ ଅଞ୍ଚଳକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ। ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଲାଭ ବଣ୍ଟନ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ଜାଣିବା ପାଇଁ ଏହି ଗସ୍ତ କରାଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।
ଏହା ଏକ ସରକାରି କାର୍ୟ୍ୟକ୍ରମ। ଆମେ ଲକ୍ଷ୍ମୀର ଭଣ୍ଡାର ଓ ବାଙ୍ଗଲାର ବାରି ଯୋଜନା ଅଧିନରେ ଏହି ଅଞ୍ଚଳରେ ଅନେକ କାମ କରିଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧିନରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ବିଭିନ୍ନ ଯୋଜନା ଅଧିନରେ ଉପକୃତ ହୋଇଥିବା ୧୦୦ରୁ ଅଧିକ ହିତାଧିକାରୀଙ୍କୁ ମୁଁ ପ୍ରମାଣପତ୍ର ଦବାପାଇଁ ଏହି ଅଞ୍ଚଳକୁ ଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।
Powered by Froala Editor