ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ, ଓଲଟିଲା ବସ୍ : ୩ ମୃତ, ୨୦ରୁ ଅଧିକ ଆହତ
କୋରାପୁଟ ଜିଲ୍ଲା ବୈପାରିଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତଳ ମଧ୍ୟରେ ୨ ଜଣ ବୟସ୍କ ଓ ଜଣେ ୧୨ ବର୍ଷର ନାବାଳକ ଅଛନ୍ତି।
ସୂଚନାଯୋଗ୍ୟ, ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ କଟକ ନିଆଳିରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏକ ଟୁରିଷ୍ଟ ବସ୍ରେ ଯାଉଥିବା ବେଳେ ସୁକୁନାଳ ନିକଟରେ ବସ୍ଟି ଭାରସ୍ୟାମ ହରାଇ ରାସ୍ତାକୁ ଓଲଟିପଡିଥିଲା । ଯାହା ଫଳରେ ୩ ଜଣଙ୍କ ମତ୍ୟୁ ହୋଇଥିବାବେଳେ ୨୦ରୁ ଊଦ୍ଧର୍ବ ଯାତ୍ରୀ ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ, ବିଏସଏଫ ଯବାନଙ୍କ ସହ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗୋଟିଏ ୧୦ ବର୍ଷର ନାବାଳକର ଡାହାଣ ଗୋଡ଼ ଏବଂ ହାତ ସଂପୂର୍ଣ୍ଣ କଟି ଯାଇଛି।
Powered by Froala Editor