କେନ୍ଦୁଝର ଜେଲ୍ରୁ କଏଦୀ ଫେରାର, ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିଲା
ହତ୍ୟା ମାମଲାରେ ଆଜୀବନ ଦଣ୍ଡ ଭୋଗୁଥିବା ଜଣେ କଏଦୀ କେନ୍ଦୁଝର ଜିଲ୍ଲା କାରାଗାରରୁ ଚମ୍ପଟ ମାରିଛି । କଏଦୀ ନାଁ ପରେଶ ମୁଣ୍ଡା। ଏକ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୪ରୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଜେଲ କର୍ତ୍ତୁପକ୍ଷଙ୍କ ଏତଲା ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ ପରେଶ ମୁଣ୍ଡା ଏକ ହତ୍ୟା ମାମଲାରେ ଜଡ଼ିତ ଥିବାରୁ ୨୦୧୪ ମସିହାରୁ କନ୍ଦେୁଝର ଜିଲ୍ଲା ମୁଖ୍ୟ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲା। ତାର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିବା ଜେଲ କର୍ତ୍ତୃପକ୍ଷ ଅନୁଭବ କରିଥିଲେ। ତାକୁ ବଗିଚାରେ କାମ କରିବାକୁ କହିଥିଲେ। ଅନ୍ୟ ଦିନ ଭଳି ଶନିବାର ଦିନ ମଧ୍ୟ ପରେଶ ବଗିଚା କାମରେ ନିୟୋଜିତ ଥିଲା। ସେ ଏକାକୀ କାମ କରୁଥିଲା କି ଆଉ ତା ସହିତ ଅନ୍ୟ କଏଦୀ ଥିଲେ, ତାହା ଜଣାପଡ଼ି ନାହିଁ। କିନ୍ତୁ ସୁଯୋଗ ଦେଖି ସେ ଜେଲର ଚାରିକାନ୍ଥ ଭିତରୁ ଖସି ପଳାଇଛି।
ପରେଶ ବଗିଚାରେ କାମ କରୁଥିବା ବେଳେ ଚମ୍ପଟ ମାରିଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେବା ସହିତ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor