ଟ୍ରାଙ୍କୁଲାଇଜ୍ ସଫଳ : ଯନ୍ତାରେ ପଡ଼ିଲା ଜିନ୍ନତ

ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ ଏବେ ଯନ୍ତାରେ ରହିଛି। ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଦୀର୍ଘ ସମୟର ଲୁଚକାଳି ପରେ ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ‘ଜିନ୍ନତ’ ଟ୍ରାଙ୍କୁଲାଇଜ୍ ନେଇ ସୂଚନା ଦେଇଛନ୍ତି ବାରିପଦା RCCF ପ୍ରକାଶ ଗୋଗିନେନି।
ଝାଡ଼ଖଣ୍ଡ ଛାଡ଼ିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗର ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୁରି ବୁଲୁଥିଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ଯନ୍ତାରେ ଛେଳି ଓ ବାର୍ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁ ନ ଥିଲା। ଜଙ୍ଗଲରେ ଛେଳି, ବାର୍ହା, ମଇଁଷି ଭଳି ପ୍ରାଣୀଙ୍କୁ ବାନ୍ଧି ଉପରୁ ଜାଲ ବିଛାଯାଇଥିଲା। ମଙ୍ଗଳବାର ଭୋର ସମୟରେ ଜିନ୍ନତ ବୁଦୱାନ ଗାଁରେ ପଶି ୪ଟି ଛେଳିକୁ ମାରିଥିବା ବେଳେ ୨ଟିକୁ ଖାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିଭାଗୀୟ କର୍ମଚାରୀମାନେ ବାଘୁଣୀକୁ ଧରିବା ପାଇଁ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମ ଜରିଆରେ ଟାଙ୍କୁଲାଇଜ୍ କରିବାକୁ ଯୋଜନା କରୁଥିଲେ।
‘ଜିନ୍ନତ ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍ ପାଇଁ ସ୍ୱତନ୍ତ୍ର ଟିମ୍ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’। ଡ୍ରୋନ୍ ମାଧ୍ୟମରେ ‘ଜିନ୍ନତ ’ର ଲୋକେସନ ମିଳିବା ପରେ ଜିନ୍ନତ ଘୁରି ବୁଲୁଥିବା ଅଞ୍ଚଳକୁ ଚାରିପାଖରୁ ଜାଲ ବିଛା ଯାଇଥିଲା। ତା’ପରେ ଜିନ୍ନତକୁ ଲକ୍ଷ୍ୟ କରି ଟ୍ରାଙ୍କୁଲାଇଜର କରିଥିଲେ ଟିମ୍। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି।
Powered by Froala Editor