ମହୁମାଛି ଆକ୍ରମଣରେ ଜେଇ ମୃତ

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କ ମୃତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ । ମହୁଲଡିହାସ୍ଥିତ କ୍ୱାର୍ଟରରେ କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କୁ ମହୁମାଛି ଅକ୍ରମଣ କରିଥିଲା । ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Powered by Froala Editor