ସମ୍ବଲପୁର ଗସ୍ତରେ ଯିବେ ନାହିଁ ଶାହା: ତୋମାର
ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ସେ ସମ୍ବଲପୁର ଯିବେ ନାହିଁ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ତେବେ କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗଦେଇ ପାରନ୍ତି ବୋଲି ତୋମାର କହିଛନ୍ତି ।
ପୂର୍ବରୁ କୁହାଯାଇଥିଲା ଯେ ଅମିତ ଶାହ ବୁର୍ଲା ଭିମ୍ସାର୍ ସୁପର ସ୍ପେସାଲିଟି ହସ୍ପିଟାଲ୍ ଉଦ୍ଘାଟନ କରିବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସମ୍ବଲପୁର ଆସି ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ ଭିନ୍ନ ଭିନ୍ନ ୪ଟି କାର୍ୟ୍ୟକ୍ରମରେ ଯୋଗଦେବା କାର୍ୟ୍ୟକ୍ରମ ରହିଥିବା ସୂଚନା ଦିଆଯାଇଥିଲା ।
Powered by Froala Editor