ରୋଷେଇ କଥାକୁ ନେଇ ସାଙ୍ଗକୁ ହାତୁଡିରେ ପିଟି ହତ୍ୟା
ସାମାନ୍ୟ ରୋଷେଇ କରିବା କଥାକୁ ନେଇ ସାଙ୍ଗକୁ ହାତୁଡିରେ ପିଟି ହତ୍ୟା କରିଛି ସାଙ୍ଗ । ଏପରି ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ବାଚୁ ହଟିଂ ଠାରେ ଘଟିଛି। ମୃତକ ହେଲେ ଭାଗବତ ବେଶ୍ରା (୪୦)। ଅଭିଯୁକ୍ତଜଣକ ହେଲେ ଦୁର୍ଗା ନାୟକ। ଏହି ଘଟଣାରେ ଦଶରଥ କାରୂଆ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି।
ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ହୋଇ କଳହ ହୋଇଥାଏ। ଗତ ଦୁଇ ସପ୍ତାହ ପୂର୍ବେ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ। ତେବେ ଆଜି ସକାଳୁ ଭାଗବତ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ।
ଅନ୍ୟପକ୍ଷରେ ଦଶରଥ କାରୁଆଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ନାଏକ ଓ ଭାଗବତଙ୍କ ମଧ୍ୟରେ ରୋଷେଇ କାର୍ଯ୍ୟକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ଗା ମଦ ଆଣିବାକୁ ଯାଇଥିବା ବେଳେ ଦଶରଥ ଏବଂ ଭାଗବତ ବେଶ୍ରା ଘରେ ରୋଷେଇ କରୁଥିଲେ। ପ୍ରାୟ ରାତି ୮ ଟା ସମୟରେ ଦୁର୍ଗା ନିଶାସକ୍ତ ହୋଇ ଏକ ହାତୁଡ଼ି ନେଇ ପ୍ରଥମେ ଭାଗବତକୁ ଆକ୍ରମଣ କରିଥିଲ। ଭାଗବତକୁ ବଞ୍ଚାଇବାକୁ ଦଶରଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା। ତେବେ ସେଠାରୁ ଦଶରଥ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଭାଗବତକୁ ହ।ତୁଡ଼ିରେ ଦୁର୍ଗା ପିଟି ହତ୍ୟା କରିଥିଲା।
Powered by Froala Editor