ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
ଭୁବନେଶ୍ୱର: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଟାଟାରେ ଚାକିରି ଦେବା ନାମରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଏତଲା କରିଥିବା ଆଉ ୩ ଜଣ ଓହରିଯାଇଛନ୍ତି । ପ୍ରଦୀପ କୌଣସି ଟଙ୍କା ନେଇନଥିବା ସମ୍ପୃକ୍ତ ୩ ଜଣ ଜେଏମଏଫସି କୋର୍ଟରେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମାମଲା ପାଇଁ ସେମାନଙ୍କ ଉପରେ ଚାପ ପକାଯାଇଥିବା ସମ୍ପୃକ୍ତ ୩ ଜଣ କହିଛନ୍ତି ।
ଏହା ପୂର୍ବରୁ ୨ ଜଣ ଏତଲାକାରୀ ଓହରିଯାଇଥିଲେ । ଉଭୟେ ତାଙ୍କ ବୟାନରେ କହିଥିଲେ ଯେ, ସେ ସମୟରେ ଚାପ ଦେଇ ମାମଲା ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ବିଜେଡିର କିଛି ନେତା, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ କଥାରେ ପଡ଼ି ପ୍ରଦୀପଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ପ୍ରଦୀପଙ୍କୁ ଆମେ କୌଣସି ଟଙ୍କା ଦେଇ ନାହୁଁ ବୋଲି ଉଭୟ ଏତଲାକାରୀ ତାଙ୍କର ବୟାନ୍ରେ କହିଥିବା ସାଂସଦଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ କହିଥିଲେ। ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ କରିବା ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା। ଅଧିକ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା।
Powered by Froala Editor