୬ ରେ ବିରାଟ ଆନ୍ଦୋଳନ କରିବ ବିଜେଡି
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଆନେ୍ଦାଳନ କରିବ ବିଜୁ ଜୁନତା ଦଳ । ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେଡି ନେତା ଦେବୀପ୍ରସାଦ ମିଶ୍ର । ବିଜେପି ନିଜର ପ୍ରତିଶୃତି ପାଳନ ନ କରିବା, ଦରଦାମ ବୃଦ୍ଧି କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବୁ। ଆସନ୍ତା ଜାନୁଆରୀ ୬ ତାରିଖରେ ଭୁବନେଶ୍ଵରରେ ବିରାଟ ଆନ୍ଦୋଳନ କରାଯିବ। ଦରଦାମରେ ଲୋକେ ଯେମିତି ଅତିଷ୍ଠ ହେଲେଣି, ତାକୁ ନେଇ ସଚେତନ କରାଯିବ ବୋଲି କହିଛନ୍ତି ଦେବୀ ମିଶ୍ର।
Powered by Froala Editor