ଦୁଲୁକିବ ଜନପଥ, ୨୨ରେ ପଥୋତ୍ସବ
ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଦୁଲୁକିବ ଜନପଥ । ବିଏମ୍ସି ପକ୍ଷରୁ ଆୟୋଜିତ ହେବ ପଥୋତ୍ସବ । ନାଚ, ଗୀତ ଓ ଖେଳକୁଦରେ ମତୁଆଲା ହେବେ ସହରବାସୀ । ବିଗତ ବର୍ଷଗୁଡିକଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥୋତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ । ଏନେଇ ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରବାସୀ ଭାରତୀୟ ଦିବସକୁ ଧୁମ୍ଧାମରେ ପାଳନ କରାଯିବ । ଆଗରୁ ଭୁବନେଶ୍ୱର ଭାଇବ୍ସ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ଚଳିତ ବର୍ଷର ପ୍ରଥମ ପଥୋତ୍ସବ ହେବ । ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ମଧ୍ୟରେ ବିଭିନ୍ନ ସ୍ଥାନରେ କାର୍ୟ୍ୟକ୍ରମ ହେବ । ମାଷ୍ଟର କ୍ୟାଣ୍ଟିନଠାରେ ମୁଖ୍ୟ ମଞ୍ଚ ଏବଂ ରାମମନ୍ଦିର ନିକଟରେ ଦ୍ୱିତୀୟ ମଞ୍ଚ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍, ଲୁଡୁ, କୁଇଜ୍, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ଦେଖିବାକୁ ମିଳିବ । ସକାଳ ୬.୩୦ରୁ ୯.୩୦ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଚାଲିବ । ଯେଉଁମାନେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନମ୍ବର ବା ଲିଙ୍କ୍ ଖୁବ୍ଶୀଘ୍ର ଜାରି ହେବ । ଡିସେମ୍ବର ୨୨ରେ ଦକ୍ଷିଣ-ପଶ୍ଚିମ ଜୋନ ଓ ଜାନୁଆରୀରେ ଅନ୍ୟ ଦୁଇଟି ଜୋନ୍ରେ ପଥୋତ୍ସବ ହେବ ବୋଲି କମିଶନର କହିଛନ୍ତି ।
Powered by Froala Editor