ଆଇଏଏସ୍ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର
ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀରେ ଅନିମେଶ ପ୍ରଧାନ ନିକଟରେ ଫାଉଣ୍ଡେସନ୍ କୋର୍ସ ସାରିବା ପରେ ୬ମାସ ଆଇଏଏସ୍ ଟ୍ରେନିଂ ନେଉଛନ୍ତି। ଏହି ଟ୍ରେନିଂ ସରିଲା ପରେ ଅନିମେଶ ପ୍ରଧାନ ଓଡ଼ିଶା ଆସି କାର୍ଯ୍ୟରେ ଯୋଗଦେବେ।
ସେହିପରି ୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର। ୭୧ ନଂ ରାଙ୍କରେ ଥିବା କେରଳର ଫବି ରସିଦଙ୍କୁ ଓଡ଼ିଶା କ୍ୟାଡର। ୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋରଙ୍କୁ ଓଡ଼ିଶା କ୍ୟାଡର। ୨୦୪ ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡାଙ୍କୁ ଓଡ଼ିଶା କ୍ୟାଡର। ୨୩୯ନଂ ରାଙ୍କରେ ଥିବା ୟୁପିର ପୱନ କୁମାରଙ୍କୁ ଓଡ଼ିଶା କ୍ୟାଡର। ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ମିଳିଛି ଓଡ଼ିଶା କ୍ୟାଡର। ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି।
Powered by Froala Editor