ଆଜି ବି ସରଗରମ ରହିବ ଗୃହ
ଭୁବନେଶ୍ଵର: ଆଜି ବି ସରଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳରେ ସ୍ଵାଭାବିକ ଭାବରେ ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ। ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଘେରିଛନ୍ତି । ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିପାରେ। ଆଜି କୃଷି ଏବଂ କୃଷକ ସଶକ୍ତିକରଣ , ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ବୟନ ଶିଳ୍ପ, ଏମଏସସେମି ବିଭାଗର ରହିଛି ପ୍ରଶ୍ନକାଳ। ଶୂନ୍ୟକାଳରେ ମିଶନ ଶକ୍ତି ମହିଳା ମାନେ ରାଜରାସ୍ତାରେ ଦରମା ପାଇଁ ଆନ୍ଦୋଳନ କରିବା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ତେବେ ଦୁଇ ଦିନ ହେଲାଣି ମହିଳା ଦରମା ବନ୍ଦ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ସେପଟେ ମୁଖ୍ୟ ବିରୋଧୀ ବିଜେଡି ମୂଲତବୀ ପ୍ରସ୍ତାବ ଆଣିପାରେ।
Powered by Froala Editor