ମଶା ଦମନ ପ୍ରକ୍ରିୟା ବିଫଳ, ମଶାରୀ ଟାଣି କଂଗ୍ରେସର ପ୍ରତିବାଦ
କଟକ: କଟକରେ ସିଏମସି ମଶା ଦମନ ପ୍ରକ୍ରିୟା ବିଫଳ ହୋଇଥିବା ଅଭିଯୋଗ କରି ନିଆରା ଢଙ୍ଗରେ ପ୍ରତିବାଦ କରିଛି କଟକ ଜିଲା କଂଗ୍ରେସ। ବାଦାମବାଡ଼ି ଥାନା ସମ୍ନାରେ ମଶାରୀ ଟାଣି ଦଳର କର୍ମୀମାନେ ପ୍ରତିବାଦ କରିଛନ୍ତି। ସହରର ଡ୍ରେନଗୁଡ଼ିକରେ ମଶା ତେଲ ପଡୁନଥିବା ଏବଂ ୱାର୍ଡରେ ମଶାଧୂଆଁ ଦେବା କେବଳ କଥାରେ ସୀମିତ ରହିଥିବାରୁ କଟକରେ ମଶା ଉତ୍ପାତ ବୃଦ୍ଧି ପାଇଥିବା ଦର୍ଶାଇ ସିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛି କଂଗ୍ରେସ। ଅପରପକ୍ଷେ ମଶା ନିବାରଣ ପାଇଁ କଟକ ସହରରେ ମଶାତେଲ ସିଞ୍ଚନ କରଯାଉଛି। ମଶାର ଘନତ୍ୱକୁ ଦୃଷ୍ଟିରେ ରଖି ୱାର୍ଡ଼ସ୍ତରରେ ଦିନକୁ ଦୁଇ ଥର କରି ମଶାତେଲ ଓ ମଶା ଧୂଆଁ ଦିଆଯାଉଛି। ତେବେ ଆଗାମୀ ଦିନରେ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଯୋଗେ ମଶାତେଲ ସିଞ୍ଚନ କରିବା ଯୋଜନା କରାଯାଇଥିବା କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ।
Powered by Froala Editor