ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ
ଭୁବନେଶ୍ବର: ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମର ଜଣେ ଯୁବକ ସତକୁମାର ବିଶ୍ଵକର୍ମା(୨୩) ଉକ୍ତ ଗ୍ରାମର ଗୋଟିଏ ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ପୁଲିସ ସୂତ୍ରରୁ ଜଣାପଡିଛି ଯେ , ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦେଖେଇ ନେବା ବାହାନା କରି ଯୁବକ ଜଣକ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି। ଶିଶୁଟିର ମେଡିକାଲ ପରୀକ୍ଷା କରାଯାଇ ପରିବାର ସହ ଛଡା ଯାଇଥିଲା।
Powered by Froala Editor