ବିଜେପି କାର୍ଯ୍ୟାଳୟରେ ସୁଜିତ କୁମାର
ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ କୁମାର । ଏନେଇ ସେ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି । ନାମାଙ୍କନ ପୂର୍ବରୁ ସୁଜିତ କୁମାର ରାଜ୍ୟ ବିଜେପି ଅଫିସରେ ରାଜ୍ୟ ସଭାପତିି ମନମୋହନ ସାମଲଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି । ଦିଲ୍ଲୀ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପରେ ସୁଜିତ କୁମାର ଆଜି ନାମାଙ୍କନ ଭରିବେ ।
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ମିଶିଥିଲେ।ଏହାପୂର୍ବରୁ ମମତା ମହନ୍ତ ବି ବିଜେଡି ଛାଡ଼ି ବିଜେପି ଆସିବା ପରେ ପୁଣି ତାଙ୍କୁ ଦଳ ରାଜ୍ୟସଭା ପଠାଇଛି। ସମାନ ଫମୁର୍ଲାରେ ସୁଜିତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇବାକୁ ଯୋଜନା କରିଛି। ଏପ୍ରିଲ ୨୦୨୬ ଯାଏଁ ରହିଛି ସୁଜିତ କୁମାର କାର୍ୟ୍ୟକାଳ। ଆସନ୍ତାକାଲି ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ ୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
Powered by Froala Editor