ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲା ଦଲାଲ, ଘର ଦେଖାଇ ନେଇଗଲା ୨ ମାସର ଆଡଭାନ୍ସ
ଭୁବନେଶ୍ବରର ଜଣେ ଡେଣ୍ଟିଷ୍ଟଙ୍କୁ ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦଲାଲ। ଘରଭଡା ଦେଇ ନାହାନ୍ତି କି ନେଇଥିବା ଟଙ୍କା ମଧ୍ୟ ଫେରାଇ ନାହାନ୍ତି। ଇନ୍ଫୋସିଟି ଥାନାରେ ଏ ନେଇ ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି। ଡେଣ୍ଟିଷ୍ଟ ଜଣକ ହେଉଛନ୍ତି ଜ୍ୟୋତିପ୍ରକାଶ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦିଲ୍ଲୀରେ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ।
ଘର ଭଡ଼ା ପାଇଁ ରାସ୍ତାକଡ଼ରେ ଲାଗିଥିବା ଏକ ଟୁଲେଟ ପୋଷ୍ଟର ଉପରେ ତାଙ୍କର ନଜର ପଡ଼ିଥିଲା। ଟୁଲେଟ ପୋଷ୍ଟରେ ଲାଗିଥିବା ମୋବାଇଲ ନମ୍ବରରେ କଲ୍ କରିଥିଲେ ଡେଣ୍ଟିଷ୍ଟ। ଜଣେ ବ୍ୟକ୍ତି ତାଙ୍କ କଲ୍ ଉଠାଇଥିଲେ। ଡେଣ୍ଟିଷ୍ଟ ତାଙ୍କୁ ଘର ଭଡ଼ା ମିଳିବ କି ନାହିଁ ପଚାରିଥିଲେ। ନନ୍ଦନବିହାରରେ ଘର ଅଛି ବୋଲି ଦଲାଲ ତାଙ୍କୁ କହିଥିଲେ। ପରେ ଡେଣ୍ଟିଷ୍ଟଙ୍କୁ ନନ୍ଦନବିହାରରେ ଘର ଦେଖାଇଥିଲେ। ଡେଣ୍ଟିଷ୍ଟଙ୍କର ଘର ମଧ୍ୟ ପସନ୍ଦ ହୋଇଥିଲା। ପରେ ଡେଣ୍ଟିଷ୍ଟ ଘର ଭଡ଼ା ବାବଦକୁ ଦଲାଲଙ୍କୁ ୨ ମାସର ଅଗ୍ରୀମ ଦେଇଥିଲେ। ସେ ଫୋନ ପେ’ରେ ଟଙ୍କା ଦେଇଥିବା ପ୍ରମାଣ ଦେଖାଇଛନ୍ତି। ଏହା ସହିତ ଘର ଦେଖାଇବା ପାଇଁ ପ୍ରୋସେସିଂ ଫି’ନେଇ ଫୋନ ପେ’ରେ ଟଙ୍କା ଦେଇଥିଲେ।
ପରେ ଡେଣ୍ଟିଷ୍ଟ ନିଜର ଜିନିଷ ପତ୍ର ନେଇ ଭଡ଼ା ଘରକୁ ରହିବାକୁ ଯାଇଥିଲେ। ହେଲେ ଘର ମାଲିକ ତାଙ୍କୁ ଜାଣିନାହାନ୍ତି ବୋଲି ମନା କରିଥିଲେ। ଦଲାଲ ତାଙ୍କୁ ୨ ମାସର ଅଗ୍ରୀମ ଟଙ୍କା ଦେଇ ନଥିବା ଘର ମାଲିକ କହିଥିଲେ। ଏଥିସହ ଏହି ଘର କମରସିଆଲ ପ୍ରପୋଜରେ ଲଗାଇବେ ବୋଲି କହିଥିଲେ। ଘର ମାଲିକ କଥା ଶୁଣି ଡେଣ୍ଟିଷ୍ଟ ଦଲାଲକୁ ଫୋନ୍ କରିଥିଲେ। ଘର ଦେଖାଇବା ବାବଦକୁ ଏହି ଟଙ୍କା ନେଇ ଥିବା ଦଲାଲ ଡେଣ୍ଟିଷ୍ଟଙ୍କୁ କହିଥିଲେ। ଏନେଇ ଡେଣ୍ଟିଷ୍ଟ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor