'ଆରସେଲ ମିତ୍ତଲ ଓ ଟାଟା ପାୱାର ଭଳି ୧୩ ବଡ଼ ଶିଳ୍ପ ଫେରିଯାଇଥିଲେ'
ଭୁବନେଶ୍ୱର:ବିଜେଡି ସମୟରେ ଚୁକ୍ତି ସ୍ୱାକ୍ଷର କରି ୧୩ ଶିଳ୍ପ ଫେରିଯାଇଥିଲେ । ଆରସେଲ ମିତ୍ତଲ ଓ ଟାଟା ପାୱାର ଭଳି ୧୩ ବଡ଼ ଶିଳ୍ପ ଫେରିଯାଇଥିଲେ । ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।
ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାରର କିଛି ଦିନରେ ପୋସ୍କୋ ପୁଣି ଓଡ଼ିଶା ଆସିବା ନେଇ ଘୋଷଣା କରିଛି ।
Powered by Froala Editor