ମୋତେ ନେଇ ହେଉଥିବା ଚର୍ଚ୍ଚା କପୋଳକଳ୍ପିତ: ମନମୋହନ ସାମଲ
ଭୁବନେଶ୍ୱର: ରାଜ୍ୟସଭା ରେସରେ ମୁଁ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାସହ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଶ୍ରୀ ସାମଲ ଖଣ୍ଡନ କରିଛନ୍ତି ।
ସେ କହିଛନ୍ତି ଯେ ମୁଁ ରାଜ୍ୟସଭା ରେସରେ ଆଦୌ ନାହିଁ । ମୋତେ ନେଇ ହେଉଥିବା ଚର୍ଚ୍ଚା କପୋଳକଳ୍ପିତ । ରାଜ୍ୟସଭାକୁ କିଏ ଯିବେ ତାହା ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ବିଜେପି ସଂସଦୀୟ ବୋର୍ଡ ଏନେଇ ବିଧିବଦ୍ଧଭାବେ ନିଷ୍ପତ୍ତି ନେବେ ।
Powered by Froala Editor