ହୁ ହୁ ହୋଇ ବଢ଼ି ଚାଲିଛି କରୋନା, ଦିନକରେ ୧ ଲକ୍ଷ ୪୫ ହଜାର

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ଟପି ଯାଇଥିବାବେଳେ ସମ୍ପ୍ରତି ୧୦ ଲକ୍ଷ ୪୬ ହଜାର ୬୩୧ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ୧ ଲକ୍ଷ ୬୮ ହଜାର ୪୩୬ ଜଣ ମୃତୁ୍ୟବରଣ କରିଛନ୍ତି । ଶୁକ୍ରବାର ଦେଶରେ କରୋନାରେ ୭୯୪ ଜଣଙ୍କର ମୃତୁ୍ୟ ହୋଇଛି । ଅପରପକ୍ଷରେ ଦେଶରେ ୯.୮ କୋଟି ଡୋଜ ଟିକା ଦାନ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଲଗାତର ୪ର୍ଥ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ପାର ହୋଇଛି । ଗତ ୫ ଦିନ ମଧ୍ୟରେ ୬.୧୬ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୩୩୫ ଜଣଙ୍କର ମୃତୁ୍ୟ ହୋଇଛି । ମାର୍ଚ୍ଚ ୩୧ରେ ୫୩୪୮୦ ଜଣ ସଂକ୍ରମିତ ହୋଇଥିବାବେଳେ ସମ୍ପ୍ରତି ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କଡ଼ା କଟକଣା ଜାରି କରାଯାଇଛି ।