ଗୋ-ମାଂସ ଓ ଗୋ-ଚାଲାଣ ବନ୍ଦ ହେବ ଓଡ଼ିଶାରେ
ଭୁବନେଶ୍ୱର: ଆସାମ ପରି ଓଡ଼ିଶାରେ ବି ବନ୍ଦ ହେବ ଗୋ-ହତ୍ୟା । ଗୋ-ମାଂସ ଓ ଗୋ-ଚାଲାଣ ବି ବନ୍ଦ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ଏନେଇ ରାଜ୍ୟ ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ ଆଣିବାକୁ ବିଚାର କରୁଛନ୍ତି ।
ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ଲାଗିଛି ସଂପୂର୍ଣ୍ଣ ପ୍ରତିବନ୍ଧକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ବିଧାନସଭାରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ନେଇ ଆଇନ ଆସିଥିଲା। ଏବେ ଏହି ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
Powered by Froala Editor