ବିଧାନସଭାର ଉଠିଲା ବେଦାନ୍ତ ପାଉଁଶ ପ୍ରସଙ୍ଗ
ଭୁବନେଶ୍ୱର: ଗୁରୁବାର ବିଧାନସଭାର ଶୂନ୍ୟକାଳରେ ଉଠିଛି ବେଦାନ୍ତ ପାଉଁଶ ପ୍ରସଙ୍ଗ । କଂଗ୍ରେସ ବିଧାୟକ ରାଜନ ଏକ୍କା ଏହି ପ୍ରସଙ୍ଗ ଉଠାଇଛନ୍ତି । ବେଦାନ୍ତ ବେଆଇନଭାବେ ପାଉଁଶ ପକାଉଛି । କାହିଁକି ଏତେ ଦୟା ବୋଲି ଶ୍ରୀ ଏକ୍କା ପ୍ରଶ୍ନ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପାଉଁଶରୁ ପ୍ରଦୂଷଣ ପାଇଁ ଜୋରିମାନା ହୋଇଥିଲା, କିନ୍ତୁ ବେଦାନ୍ତ ସମ୍ପୂର୍ଣ୍ଣ ଜୋରିମାନା ଦେଲାନି । ପାଉଁଶ ଆମର ନୁହେଁ ବୋଲି ବେଦାନ୍ତ କହିଲା, ପ୍ରଦୂଷଣ ବୋର୍ଡର ତାଗିତ ସତ୍ତ୍ୱେ ଶୁଣିଲାନି । ତାହା ହେଲେ ବେଦାନ୍ତ ଠାରୁ କିଏ ପଇସା ଖାଇଲା ବୋଲି ବିଧାୟକ ଶ୍ରୀ ଏକ୍କା ପ୍ରଶ୍ନ କରିଛନ୍ତି ।
Powered by Froala Editor