ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ପକ୍ଷରୁ ହଟ୍ଟଗୋଳ
ଭୁବନେଶ୍ୱର: ଗୁରୁବାର ପ୍ରଶ୍ନକାଳରେ ଶାସକ ବିଜେପି ପକ୍ଷରୁ ହଟ୍ଟଗୋଳ କରାଯାଇଛି । ପ୍ରଶ୍ନକାଳରେ ବିଜେଡି ବିଧାୟକ ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ବିଧାୟକ ସନାତନ ବିଜୁଳି ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ପ୍ରଶ୍ନକୁ ସଂକ୍ଷିପ୍ତ କରିବାକୁ କହିଛନ୍ତି । ଦୀର୍ଘ ପ୍ରଶ୍ନ ଯୋଗୁ ଅନ୍ୟ ସଦସ୍ୟମାନେ ସୁଯୋଗ ପାଉନଥିବା ଶ୍ରୀ ପୂଜାରୀ କହିଛନ୍ତି ।
Powered by Froala Editor