ରେଳ ଷ୍ଟେସନରୁ ଜବତ ହେଲା ୬୦ କେଜି ରୁପା ଅଳଙ୍କାର
ରାଉରକେଲା :ରାଉରକେଲା ରେଳ ଷ୍ଟେସନରୁ ଜବତ ହେଲା ୬୦ କେଜି ରୁପା ଅଳଙ୍କାର। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର।
ଚନ୍ଦନ ବିପୁଳ ପରିମାଣରେ ରୁପା ଅଳଙ୍କାର ନେଇ ଯାଉଥିବା ଜିଆରପି କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ରାଉରକେଲା ରେଳ ଷ୍ଟେସନରୁ ଚନ୍ଦନଙ୍କୁ ଅଟକାଇ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲା। ବ୍ୟାଗରୁ ୬୦ କେଜିରୁ ଅଧିକ ରୁପା ଜବତ କରିଥିଲା। ପରେ ଜିଆରପି ରାଉରକେଲା ଜିଏସଟି ବିଭାଗକୁ ଜଣାଇଥିଲା। ଜିଏସଟି ର କର୍ମଚାରୀ ଚନ୍ଦନଙ୍କୁ ଅଟକ ରଖି ଜବତ ରୁପା ବିଷୟରେ ପଚରାଉଚରା କରୁଛି। ଏତେ ପରିମାଣର ରୁପା କାହିଁକି ନେଉଥିଲେ, କାହାକୁ ଦେବା ପାଇଁ ନେଉଥିଲେ, ସେ ନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ। ରାଉରକେଲାରୁ ରାଞ୍ଚି ଏତେ ପରିମାଣର ରୁପା ଯାଉଥିଲା ବୋଲି ସୂଚନା ମଳିଛି।
Powered by Froala Editor