ନୌବୀରଙ୍କ ଶୌର୍ଯ୍ୟ, ସାହସର ଅଭୂତପୂର୍ବ ପ୍ରଦର୍ଶନ
ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରରେ ଅପରେସନ୍ କୌଶଳ ଦେଖାଇଛନ୍ତି। ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର-ଇନ-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପରେ କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍। ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ରଣକୌଶଳ ପ୍ରଦର୍ଶନ ଦୃଦୟ ଛୁଇଁଛି।
ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ୱରେ ସବ୍ମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ୱୟର ଅଭୂତପୂର୍ବ ପ୍ରଦର୍ଶନ। ଜଳଭାଗରେ ବମ୍ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ କରିଛନ୍ତି।
ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଥିଲା। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ୱଜା। ପରେ ନୌସେନାର ଶକ୍ତି ପ୍ରଦର୍ଶନ କରିଥିଲେ।
Powered by Froala Editor