ଧାନ ବିଲରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର
ବାରିପଦା ଜିଲ୍ଲା ଅମର୍ଦ୍ଦା ନିକଟରେ ଜରୁରୀ ଅବତରଣ କରିଥିଲା ନୌସେନା ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁ ନୌସେନା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା। ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।
ସୂଚନା ଅନୁସାରେ, ଅମର୍ଦ୍ଦା ଗ୍ରାମ ନିକଟରେ ହଠାତ୍ ବିମାନଟି ଜରୁରୀ ଅବତରଣ କରିଥିଲା । ଧାନ ବିଲ ଭିତରେ ଅବତରଣ କରିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହେବା ସହିତ ଦୌଡି ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ ଧରି ହେଲିକପ୍ଟରଟି ରହିଥିଲା । ଏହାପରେ ପାଇଲଟ ବାହାରି ତଦାରଖ କରୁଥିବା ମଧ୍ୟ ଦେଖାଯାଇଥିଲା । ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିବା ଜଣାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାଖାପାଖି ୧୫ ମିନିଟ ଧରି ବିମାନଟି ରହିବା ପରେ ପୁଣି ଉଡାଣ ଭରିଥିଲା । ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପାଇଲଟ ଜଣକ ଯାନ୍ତ୍ରିକ ତ୍ରୁଟିର ଆଶଙ୍କା କରି ଜରୁରୀ ଅବତରଣ କରିଥିବା ଆଶଙ୍କା କରାଯାଉଛି ।
Powered by Froala Editor